ଶ୍ରୀ ମୋହନ ଚରଣ ମାଝୀ ମାନ୍ୟବର ମୁଖ୍ୟମନ୍ତ୍ରୀ

CM Photo
Banner Image

ଓଏଲଏମ୍‌ ବିଷୟରେ

ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ଅଧୀନରେ ଏକ ପଞ୍ଜିକୃତ ସୋସାଇଟି, ଓଡ଼ିଶା ଜୀବିକା ମିଶନ (ଓଏଲ୍‌ଏମ୍‌), ଜୀବନଧାରଣ ନିମନ୍ତେ ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରି ଗ୍ରାମୀଣ ଆର୍ଥିକ ସ୍ତରରେ ଅନଗ୍ରସର ଲୋକଙ୍କ ସାମାଜିକ-ଆର୍ଥିକ ପରିସ୍ଥିତିରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି । ଏହି ସୋସାଇଟି ୨୦୧୨-୧୩ ମସିହାରୁ ଭାରତ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ, ଦୀନଦୟାଲ ଅନ୍ତୋଦୟ ଯୋଜନା - ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୟାଇ-ଏନ୍‌ଆରଏଲ୍‌ଏମ୍‌) ଅଧିନରେ କାର୍ଯ୍ୟକାରୀ ହୋଇଆସୁଛି ।

ଓଏଲ୍‌ଏମ୍‌ର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଉଛି :

  • ସାର୍ବଜନୀନ ସାମାଜିକ ସଚେତନତା

  • ଗୋଷ୍ଠୀସ୍ତରୀୟ ସଂଗଠନଗୁଡ଼ିକୁ ପ୍ରୋତ୍ସାହନ

  • ତାଲିମ, କ୍ଷମତା ଓ ଦକ୍ଷତା ବିକାଶ

  • ଆବର୍ତ୍ତନ ପାଣ୍ଠି, ନିରାପତ୍ତା ପାଣ୍ଠି, ସମୁଦାୟ ନିବେଶ ପାଣ୍ଠି ଏବଂ ସାର୍ବଜନୀନ ଆର୍ଥିକ ଅନ୍ତର୍ଭୁକ୍ତି

  • ଜୀବିକା ପାଇଁ ପ୍ରୋତ୍ସାହନ।

  • ଉତ୍ପାଦିତ ଦ୍ରବ୍ୟର ବଜାରୀ କରଣ କରିବା ପାଇଁ ସହାୟତା

  • ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ (RSETIs)

  • ନିରନ୍ତର ଉଦ୍ଭାବନ(ନବସୃଜନ) ଅଭିବୃଦ୍ଧି ଏବଂ ସହଭାଗୀତା

  • ସରକାରୀ ସଂସ୍ଥା / ଏନଜିଓ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ସହିତ ସହଭାଗୀତା

  • ପଞ୍ଚାୟତରାଜ ଅନୁଷ୍ଠାନ ସଂସ୍ଥା ସହିତ ସଂଯୋଗ